Events & Activities

10-06-2023 : ବାର୍ଷିକ ଆଲୋଚନା ଚକ୍ର : ଗଣତନ୍ତ୍ରର ସଫଳ ରୂପାୟନରେ ଶିକ୍ଷା ହିଁ ଅମୋଘ ଅସ୍ତ୍ର

ତା 10.06.2023 ରିଖ(ଶନିବାର) ମିତ୍ରପୁର ସ୍ଥିତ ବିବେକାନନ୍ଦ ଟ୍ୟୁଟୋରିଆଲ ରେ 'ଗଣତନ୍ତ୍ରର ସଫଳ ରୂପାୟନରେ ଶିକ୍ଷାହିଁ ଅମୋଘ ଅସ୍ତ୍ର' ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ନବ୍ୟ ନୂତନ ଢଙ୍ଗରେ ଦୁଇ ଛାତ୍ରୀ; ପୁଷ୍ପଲତା ବେହେରା ଓ ମମତା ଗିରିଙ୍କ ଦ୍ୱାରା ପରିଚାଳିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗୁଜୁରାଟରେ ଡକ୍ଟରେଟ ଡିଗ୍ରୀ ଅଧ୍ୟୟନ ରତ ଶ୍ରୀ ତପୁ ମହାର୍ଣ୍ଣା ଯୋଗଦାନ କରି ନିଜର ବହୁମୂଲ୍ୟ ମତାମତରେ ଗଣତନ୍ତ୍ରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଲେ l 

ମୁଖ୍ୟ ବକ୍ତା ଭାବରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀ ଜଗତ ରଞ୍ଜନ ଦାସ, ଭାରତକୁ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବରେ ଶିକ୍ଷାର  ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ l ଉକ୍ତ ସଭାରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ମାନେ  ଛାତ୍ରଛାତ୍ରୀ ମାନଙ୍କୁ ଶୀର୍ଷକର ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ସୂଚିତ କରାଇବା ସହ ଛାତ୍ରଛାତ୍ରୀ ମାନଙ୍କର ପତ୍ରିକା ଉପସ୍ଥାପନ ସଭାକାର୍ଯ୍ୟକୁ ଅଧିକ ସାଫଲ୍ୟ ମଣ୍ଡିତ କରିଛି ବୋଲି ଅନୁଷ୍ଠାନର ପରିଚାଳକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମତ ପୋଷଣ କରିଛନ୍ତି l

 ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ +୨ ବାର୍ଷିକ ବୋର୍ଡ଼ ପରୀକ୍ଷା - ୨୦୨୩ ରେ ସର୍ବାଧିକ ନମ୍ବର(୪୭୦) ରଖି ଉତ୍ତୀର୍ଣ୍ଣ ହୋଇଥିବା ଗୀତାଞ୍ଜଳି ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

 ସଭା ଶେଷରେ ଅଧ୍ୟାପକ ଅରୁଣ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନର ବରିଷ୍ଠ ପ୍ରଧ୍ୟାପକ ସୁଭାଶିଷ ମହାପାତ୍ର, ଅଧ୍ୟାପକ ସୁପ୍ରଭାତ ବେହେରା, ଅଧ୍ୟାପକ ଗଣେଶ୍ୱର ମହାନ୍ତି, ଅଧ୍ୟାପକ ସଞ୍ଜୟ ବାରିକ, ଅଧ୍ୟାପକ ରଜତ କୁମାର ବାରିକ, ଅଧ୍ୟାପକ ଭବେନ୍ଦ୍ର ଗିରି,   ପ୍ରମୁଖ ସଭାକାର୍ଯ୍ୟକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l

ତତପରେ, ସମସ୍ତେ ଲଘୁ ଭୋଜନ ଗ୍ରହଣ କରି ଘରକୁ ଫେରିଲେ ।

28-01-2022 : ସୁସ୍ଥ ସମାଜ ଗଠନ ଦିଗରେ ଶିକ୍ଷାର ଆବଶ୍ୟକତା 

ଆଜି ତା ୨୮/୦୧/୨୦୨୨ ରିଖ (ଶୁକ୍ରବାର), ଆମ ଟ୍ୟୁଟୋରିଆଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଏକ ଆଲୋଚନା ଚକ୍ରର, ଯାହାର ଶୀର୍ଷକ ରହିଥିଲା "ସୁସ୍ଥ ସମାଜ ଗଠନ ଦିଗରେ ଶିକ୍ଷା ର ଆବଶ୍ୟକତା" ।

ଟ୍ୟୁଟୋରିଆଲ ର କାର୍ଯ୍ୟଭାରପ୍ରାପ୍ତ ଶିକ୍ଷକ ଶ୍ରୀ ଅରୁଣ କୁମାର ବେହେରା ସଭାରେ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେ ତାଙ୍କ ଭାଷଣରେ ଶିକ୍ଷାର ଉପଯୋଗୀତା ବିଷୟରେ କହିଥିଲେ ।

ସଭା ପରିଚାଳନା କାର୍ଯ୍ୟକୁ ଟ୍ୟୁଟୋରିଆଲ ର ଛାତ୍ରୀ କୁମାରୀ ଶୁଭଶ୍ରୀ ମହାକୁଳ ଓ କୁମାରୀ ପ୍ରଜ୍ଞା ସୁଚିସ୍ମିତା ନାୟକ ସୂଚାରୁରୂପେ ତୁଲାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଆମ ସହ ମୁଖ୍ୟ ବକ୍ତା ଭାବେ ଯୋଡ଼ି ହୋଇଥିଲେ ଫକୀରମୋହନ ବିଶ୍ଵବିଦ୍ୟାଳୟ ରେ  Research Assistant ଭାବରେ କାର୍ଯ୍ୟରତ ଡକ୍ଟରେଟ ଡିଗ୍ରୀ ଧାରୀ ପ୍ରାର୍ଥୀ ଡଃ ମନୋଜ କୁମାର ଶିଆଳ । ସାର୍ ତାଙ୍କ ଉଦବୋଧନ ମୂଳକ ଭାଷଣରେ ପିଲାମାନଙ୍କ ଶିକ୍ଷାଗ୍ରହଣ ର ପ୍ରଭାବୀ ପନ୍ଥା, ଶିକ୍ଷା ଗ୍ରହଣ ଦିଗରେ ଉପୁଜୁଥିବା ଯାବତୀୟ ଅସୁବିଧା ସତ୍ତ୍ୱେ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ କିପରି ଏହାକୁ ହାସଲ କରିହେବ, ତାହାକୁ ବୁଝାଇଥିଲେ । ଉଚ୍ଚଶିକ୍ଷା କିପରି ବ୍ୟକ୍ତିର ମାନଦଣ୍ଡ ନିର୍ଦ୍ଧାରିତ କରେ ଓ ସୁସ୍ଥ ସମାଜ ର ଏକ ସମ୍ବଳ ଭାବେ ପରିଗଣିତ ହୁଏ, ତାହା ସାର୍ ତାଙ୍କ ଅଭିଭାଷଣରେ କହିଥିଲେ ।

ତତପରେ, ଆମ ଟ୍ୟୁଟୋରିଆଲ ର ଶିକ୍ଷକ ଶ୍ରୀ ଭବେନ୍ଦ୍ର ଗିରି, ଉଚ୍ଚଶିକ୍ଷା ଗ୍ରହଣ ରେ ସରକାର ଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ରାଶି ଓ ସୁବିଧା ସୁଯୋଗ ର ବର୍ଣ୍ଣନ କରିଥିଲେ ।

ତତପରେ, ଆମ ଟ୍ୟୁଟୋରିଆଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା, ଶିକ୍ଷା ର ଆବଶ୍ୟକତା ବ୍ୟକ୍ତିର ପରିଚୟ ସୃଷ୍ଟିରେ କିପରି ସହାୟକ ହୁଏ, ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଉପସ୍ଥାପନା କରିଥିଲେ । ନିଜ ଅଙ୍ଗେଲିଭା ଘଟଣା ଆଧାରରେ ପିଲାମାନଙ୍କୁ ପିତାମାତାଙ୍କ ପରିଶ୍ରମର ଫଳ ଆମମାନଙ୍କ ହାତରେ ଅଛି ବୋଲି ହୃଦବୋଧ କରାଇଥିଲେ ।

ତତପରେ, ନିକଟ ଅତୀତରେ ଆୟୋଜିତ ହୋଇଥିବା କୁଇଜ୍ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ ଅତିଥି ଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କଲେ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ଏକ ଏକ Notebook ପୁରସ୍କାର ଭାବେ ମିଳିଲା ।

ପରିଶେଷରେ ଟ୍ୟୁଟୋରିଆଲ ର ସାର୍ ଶ୍ରୀ ସୁପ୍ରଭାତ ବେହେରା, ଶିକ୍ଷାର ପ୍ରସାର ପାଇଁ ଆମେମାନେ ସଭିଏଁ କିପରି ଏକ ଏକ ଉପକରଣ ସଦୃଶ, ତାହା ଆଲୋଚନା କରିଥିଲେ ଓ ଧନ୍ୟବାଦ ପର୍ବ କୁ ସମ୍ପାଦନ କରିଥିଲେ ।

ତତପରେ, ସମସ୍ତେ ଲଘୁ ଭୋଜନ ଗ୍ରହଣ କରି ଘରକୁ ଫେରିଲେ ।

30-06-2024 : ଶୈକ୍ଷିକ ଉତ୍କର୍ଷତା ପାଇଁ ସ୍ମାର୍ଟଫୋନର ଉପଯୋଗୀତା

ତା ୩୦/୦୬/୨୦୨୪ ରିଖ ରବିବାର, ଆମ ଟ୍ୟୁଟୋରିଆଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଏକ ଶୈକ୍ଷିକ ଆଲୋଚନା ଚକ୍ର ର, ଯାହାର ଶୀର୍ଷକ ହେଉଛି- ଶୈକ୍ଷିକ ଉତ୍କର୍ଷତା ପାଇଁ ମୋବାଇଲ (ସ୍ମାର୍ଟ) ଫୋନର ଉପଯୋଗୀତା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ବର୍ଣ୍ଣଚୂଡ ମହାବିଦ୍ୟାଳୟ, ମିତ୍ରପୁର ର ରାଜନୀତି ବିଜ୍ଞାନ ର ଅଧ୍ୟାପକ ଶ୍ରୀଯୁକ୍ତ ବଳରାମ ପ୍ରଧାନ ମହୋଦୟ, ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ସାମାଜିକ ବିଜ୍ଞାନ (ଅର୍ଥନୀତି) ବିଭାଗରେ ଗବେଷଣାତ୍ମକ ଶିକ୍ଷା ଲାଭ କରୁଥିବା ପ୍ରାର୍ଥୀ ଶ୍ରୀ ଗଣେଶ ଚନ୍ଦ୍ର ଗାଆଣ ଓ ସମ୍ମାନିତ ଅତିଥି ରାଜନୀତି ବିଜ୍ଞାନ ର ଅନ୍ୟତମ ଅଧ୍ୟାପକ (Contractual) ଶ୍ରୀ ରଜତ କୁମାର ବାରିକ୍ ନିଜର ବହୁମୂଲ୍ୟ ମତ ରଖିବା ସହ ସ୍ମାର୍ଟ ଫୋନର ଉତ୍କୃଷ୍ଟ ବ୍ୟବହାର ବିଷୟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ କରିଥିଲେ । ତତ୍ ପରେ +୨ ପରୀକ୍ଷା ରେ କୃତୀ ଛାତ୍ରଛାତ୍ରୀଙ୍କୁ ଉପହାର ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତତ୍ ପରେ ଶିକ୍ଷାବର୍ଷ ୨୦୨୩-୨୪ ରେ ଅନୁଷ୍ଠିତ ହୋଇଥିବା ସାମୂହିକ କୁଇଜ୍ ପ୍ରତିଯୋଗିତା ରେ କୃତୀ ପ୍ରାର୍ଥୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ସମସ୍ତେ କ୍ଷୁଦ୍ର ଜଳପାନ କରି ଘରକୁ ଫେରିଲୁ ।


ବିଶେଷ ଦ୍ରଷ୍ଟବ୍ୟ:- ଆମ ଗହଣରେ ଉପସ୍ଥିତ ଥିବା ମୁଖ୍ୟବକ୍ତା ଶ୍ରୀ ଗଣେଶ ଚନ୍ଦ୍ର ଗାଆଣ ନିଜର ବଦାନ୍ୟ ଗୁଣରେ ଅନୁଷ୍ଠାନକୁ ୧୦୦୦ ଟଙ୍କାର ଧନରାଶି ପ୍ରଦାନ କରିଥିଲେ ଓ ସେଥିରେ ପିଲାଙ୍କ ପାଇଁ ପାଠ୍ୟୋପଯୋଗୀ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ କହିଲେ । ଆମେ ମଧ୍ୟ ଏଥିପାଇଁ ନିଶ୍ଚୟ ଆଶାୟୀ ଓ ମହୋଦୟଙ୍କ ଠାରେ କୃତଜ୍ଞ ।